ବର୍ଷଣକାରୀ ଭଅଁରପୋକ:
ବିଜ୍ଞାନ କପିସମୂହ ସିଞ୍ଚକ ରେଖାଚିତ୍ର

ଥୋମାସ୍ ଏଫ୍. ହିନ୍ଜଙ୍କ ଦ୍ୱାରା ଉପସ୍ଥାପିତ


ମନେପକାନ୍ତୁ ବର୍ଷଣକାରୀ ଭଅଁର ପୋକ, ନିଜ ଶରୀରର ନିମ୍ନଭାଗରେ ଥିବା ଏକ ପିଚକାରୀ ଦ୍ୱାରା ନିଜ ଶତୃ ଉପରେ ଗରମ ବିଷାକ୍ତ ତରଳ ପଦାର୍ଥ ନିକ୍ଷେପ କରିବା ପାଇଁ ଜଣାଶୁଣା? ସାଇନ୍ସ ନ୍ୟୁଜ୍ ଆମକୁ ସୂଚନା ଦିଏ ଯେ ଏହି ଭଅଁରପୋକ: “ଇଞ୍ଜିନ୍ ରେଖାଚିତ୍ର ନିର୍ମାଣକାରୀ, ଔଷଧ-ବିତରଣକାରୀ ଯନ୍ତ୍ର ଓ ଅଗ୍ନି ନିର୍ବାପକ ଯନ୍ତ୍ରର ସିଞ୍ଚିବାର ଯାନ୍ତ୍ରିକ କୌଶଳ ଉନ୍ନତିରେ ପ୍ରେରଣା ଦେଉଛି।”… “ଏହା ମଧ୍ୟ କାର୍ ଇଞ୍ଜିନରେ ଇନ୍ଧନ-ଅନ୍ତଃକ୍ଷେପଣ ନିମନ୍ତେ ଅଧିକ ଉର୍ଜା-ଦକ୍ଷତା ଯନ୍ତ୍ର କାର୍ଯ୍ୟପ୍ରକ୍ରିୟା ଯୋଗାଇପାରେ ଓ ଏପରିକି ବିଭିନ୍ନ ପ୍ରକାରର ଅଗ୍ନି ନିର୍ବାଣର ଆବଶ୍ୟକତାନୁଯାୟୀ ଭଲ ବାଷ୍ପ କିମ୍ବା ବଡ଼ ବିନ୍ଦୁ ଆଦି ଉଭୟ ଉତ୍ପନ୍ନ କରୁଥିବା ଅଗ୍ନି ନିର୍ବାପକ ଯନ୍ତ୍ରର ଏକ ନୂତନ ପିଢ଼ି ଆଡ଼କୁ କଢ଼ାଇ ନେଇପାରେ। ”1  (ସାଇନ୍ସ ନ୍ୟୁଜ୍  Science News, ଏପ୍ରିଲ୍ 5, 2008)

ଭଅଁରପୋକ କିପରି ଏହା କରିପାରେ, ଏହିଠାରେ ସାଇନ୍ସ ନ୍ୟୁଜ୍ ତା’ର ବ୍ୟାଖ୍ୟା ଦିଏ: “ଭଅଁରପୋକର କ୍ଷମତାପୂର୍ଣ୍ଣ ପ୍ରତିରକ୍ଷାକାରୀ କୌଶଳର ଗୁପ୍ତ ରହସ୍ୟ ଏହାର ଜ୍ୱଳନପ୍ରକ୍ରିୟାଶୀଳ ପ୍ରକୋଷ୍ଠର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ରହିଛି। ପ୍ରବେଶ ଦ୍ୱାର ରାସାୟନିକ ପଦାର୍ଥ ଗ୍ରହଣ କରିବା ପାଇଁ ଖୋଲିଯାଏ, ଯାହାକି ଉଭୟର ଯଥାଶିଘ୍ର ମିଶ୍ରଣ ପରେ ଫୁଟିବାକୁ ଆରମ୍ଭ କରେ ଓ ଯଥେଷ୍ଟ ପରିମାଣର ଗ୍ୟାସ୍ ଗ୍ରହଣ କଲାପରେ ବନ୍ଦ ହୋଇଯାଏ।

ଯେତେବେଳେ ଗ୍ୟାସ୍ ମିଶ୍ରିତଭାବେ ପ୍ରତିକ୍ରିୟା ଦିଏ, ସେସବୁ ଗରମ ଉତ୍ପନ୍ନ କରେ ଓ ବନ୍ଦ ପ୍ରକୋଷ୍ଠରେ ଚାପ ବୃଦ୍ଧି କରେ। ଚାପ କଠିନତମ ସ୍ତରରେ ପହଞ୍ଚିଲେ, ପ୍ରସ୍ଥାନ ଦ୍ୱାରର ଶେଷଭାଗ ବଳପୂର୍ବକ ଖୋଲିଯାଏ ଏବଂ ‘ତୀବ୍ର ବାଷ୍ପୀକରଣ’ ନାମରେ ନାମିତ ପଦ୍ଧତିରେ ବିଷାକ୍ତ ବାସ୍ପର ଏକ ଶକ୍ତିଶାଳୀ ବିସ୍ଫୋରଣ ପରି ଗରମ ତରଳ ପଦାର୍ଥ ନିର୍ଗତ ହୁଏ।2

ଥରେ ଗ୍ୟାସ୍ ମୁକ୍ତ ହୋଇଗଲେ, ପ୍ରସ୍ଥାନ ଦ୍ୱାର ବନ୍ଦ ହୋଇଯାଏ, ପ୍ରବେଶ ଦ୍ୱାର ଖୋଲିଯାଏ ଓ ପୁନର୍ବାର ପ୍ରକୋଷ୍ଠ ପୂର୍ଣ୍ଣ ହୁଏ, ଏହା ଦ୍ୱାରା ଆଗାମୀ ବିଷାକ୍ତ ଟିକା ନିମନ୍ତେ ପ୍ରସ୍ତୁତି ହୁଏ। ” (ସାଇନ୍ସ ନ୍ୟୁଜ୍  Science News, ଏପ୍ରିଲ୍ 5, 2008)

କାହିଁକି ଲୋକମାନେ ସେମାନଙ୍କର ସର୍ବୋତ୍ତମ ସିଞ୍ଚକ ତିଆରି ପାଇଁ ଈଶ୍ୱରଙ୍କ ସୃଷ୍ଟିର ନକଲ କରନ୍ତି? ଲୋକମାନଙ୍କ ଦ୍ୱାରା ପରିକଳ୍ପିତ ସିଞ୍ଚକ ଏତେ ଭଲ ଭାବରେ କାମ କରେ ନାହିଁ। ଏପରି ହେବାର କାରଣ ରହିଛି: "ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୂର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ୍।"  (1 କରନ୍ଥୀୟ 1:25)

ଭଅଁରପୋକର ସୁରକ୍ଷିତ ବ୍ୟବସ୍ଥା ବୁଦ୍ଧିମାନ୍ ରେଖାଚିତ୍ରର ବଡ଼ ପ୍ରମାଣ ଦିଏ, କିନ୍ତୁ ବିବର୍ତ୍ତନ ବିଶ୍ୱାସୀ ଅନୁଧ୍ୟାନ କରନ୍ତି ଯେ, ବାସ୍ତବରେ ଯାହା ଘଟିଲା ତାହା ନିଶ୍ଚିତରୂପେ ଲକ୍ଷ୍ୟହୀନ, ଆକସ୍ମିକ ପରିବର୍ତ୍ତନ ଅଟେ, ଯାହା ବିବର୍ତ୍ତନ ଏପରି କରିଅଛି ବୋଲି କୁହାଯାଏ, ଏବଂ ପ୍ରାକୃତିକ ମନୋନୟନ ଏହାର ଉନ୍ନତି କରି ନଥିବା ସମସ୍ତ ଅପ୍ରତ୍ୟାଶିତ ଘଟଣାକୁ ବାଦ୍ ଦେଇଛି। ଯେଉଁ ଭଅଁରପୋକର ଏହି ଅଦ୍ଭୁତ ପ୍ରତିରକ୍ଷା ବ୍ୟବସ୍ଥା ନାହିଁ , ଯାହାହେଲେମଧ୍ୟ, ସେମାନେ ମଧ୍ୟ ଯେ ତଥାପି ଜୀବିତ କେବଳ ତାହା ନୁହେଁ, କିନ୍ତୁ ବିସ୍ତୃତଭାବେ ସଂଖ୍ୟାରେ ଅଧିକ ଥିବା ବର୍ଷଣକାରୀ ଭଅଁରପୋକ ଅଟନ୍ତି। ପ୍ରାକୃତିକ ମନୋନୟନ? ଜାଗି ଉଠ!

ଯେକୌଣସି ଘଟଣାରେ ଆଧୁନିକ ବୈଜ୍ଞାନିକ ଅନୁସନ୍ଧାନ ଆମକୁ କହେ ଯେ, ବୈଜ୍ଞାନିକମାନେ ବର୍ତ୍ତମାନ ସେମାନଙ୍କ ନିଜ ଶିଳ୍ପାୟନରେ ସିଞ୍ଚକ ତିଆରି କରିବା ପାଇଁ ଭଅଁରପୋକର ସିଞ୍ଚକର ନକଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଲୋକମାନେ ଭଲଭାବେ କାମ କଲାଭଳି ସିଞ୍ଚକର ରେଖାଚିତ୍ର ତିଆରି କରିବାକୁ ସକ୍ଷମ ହୋଇପାରି ନାହାନ୍ତି। ଆମେ ଗ୍ରହଣ କରିନେଉ ଯେ, ଏହିଭଳି କେତେଜଣ ଯେଉଁମାନେ ନମ୍ରତା ସହକାରେ ଈଶ୍ୱରଙ୍କ ଅଦ୍ଭୁତ ରେଖାଚିତ୍ରକୁ ନକଲ କରୁଛନ୍ତି, ସେମାନେ ବିବର୍ତ୍ତନ ବିଶ୍ୱାସୀ ଅଟନ୍ତି ଓ “ସର୍ବୋତ୍ତମ ସିଞ୍ଚକ” ଗୋଟିଏ ସୌଭାଗ୍ୟପୂର୍ଣ୍ଣ ଆକସ୍ମିକ ଘଟଣା ଥିଲା ବୋଲି ବିଶ୍ୱାସ କରିବାକୁ ତଥାପି ଚେଷ୍ଟା କରୁଛନ୍ତି।

      ପ୍ରକୃତି ଅଦ୍ଭୁତ ରେଖାଚିତ୍ରର ଉଦାହରଣରେ ପରିପୂର୍ଣ୍ଣ ଅଟେ :

-- ଅଧିକ ଓଜନର ବାଘୁଆ ମହୁମାଛି ଛୋଟ ଡେଣା ଦ୍ୱାରା ବଡ଼ ହୋଇ ଅଦ୍ଭୁତ ମହୁ ତିଆରି କରିବା ପାଇଁ ପୁଷ୍ପରେଣୁ ବହନ କରି ଆମକୁ ଆଶ୍ଚର୍ଯ୍ୟାନିତ କରିଦିଏ।
-- ଗ୍ରୀଷ୍ମମଣ୍ଡଳୀୟ ଝିଟିପିଟି ଯେପରି କାନ୍ଥ ଓ ଛାତତଳର ଚାରିଆଡ଼େ ଚାଲିଥାଏ। ତା’ପରି ଓଜନର ଅନ୍ୟ ଜନ୍ତୁମାନଙ୍କର ସେପରି ଚଢ଼ିବାରେ ଦକ୍ଷ ହେବା ଦୂରର କଥା।
-- ପିମ୍ପୂଡ଼ିମାନେ ନିଜ ଓଜନର 50 ଗୁଣ ଓଜନ ବହନ କରିପାରନ୍ତି।
-- ମହୁମାଛି ନିଜ ଡେଣାକୁ ପ୍ରତି ସେକେଣ୍ଡରେ 40ରୁ 200 ଥର ପର୍ଯ୍ୟନ୍ତ ହଲାଇପାରେ।

ରେଖାଚିତ୍ର ଆମ ଜଗତରେ ସବୁଠାରେ ଅଛି। ପ୍ରକୃତରେ ଈଶ୍ୱର ପାପୀମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ଏକ ସରଳ ଓ ପ୍ରଭାବଶାଳୀ ରେଖାଚିତ୍ରଯୁକ୍ତ ପଥ ପ୍ରସ୍ତୁତ କରିଅଛନ୍ତି। ସେ ଆପଣା ପୁତ୍ର ଯୀଶୁଙ୍କୁ ଦେଲେ ଯେ କ୍ରୁଶୀକରଣ ସମୟ ମଧ୍ୟରେ କ୍ରୁଶ ଉପରେ ଆପଣା ଶରୀରରେ ଆମ୍ଭମାନଙ୍କ ପାପ ବହନ କଲେ। ବିଲ୍ “ସଂପୂର୍ଣ୍ଣ ପଇଠ ହେଲା”, ଏବଂ ଅନେକ ଲୋକ ଲାଭ ଉଠାଇଲେ। ଆପଣ ମଧ୍ୟ ଉଠାଇପାରିବେ। ଆପଣଙ୍କ ପରିତ୍ରାଣ ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କଠାରେ ଭରସା କରିବା ଦ୍ୱାରା ଆପଣଙ୍କ ପାପ ପାଇଁ ତାହାଙ୍କ ଦାନ ଗ୍ରହଣ କରନ୍ତୁ। ଅନ୍ୟ କୌଣସି ଉପାୟରେ ରେଖାଚିତ୍ର ତିଆରି କରିବାକୁ ଚେଷ୍ଟା ସୁଦ୍ଧା କରନ୍ତୁ ନାହିଁ।

ଆସନ୍ତୁ, ଆମେ ଆମ ମନ ଓ ଚକ୍ଷୁ ଈଶ୍ୱରଙ୍କ ରେଖାଚିତ୍ର ଓ ସୃଷ୍ଟିର ଅଦ୍ଭୁତକାର୍ଯ୍ୟ ଦେଖିବାକୁ ଉନ୍ମୁକ୍ତ ରଖିବା ଏବଂ ଅତି ବୁଦ୍ଧିମତାର ରେଖାଚିତ୍ର ଉପାୟର କର୍ତ୍ତା ଆମ ସୃଷ୍ଟିକର୍ତ୍ତାଙ୍କୁ “ଆପଣଙ୍କୁ ଧନ୍ୟବାଦ!” କହିବା – ସେହି ସର୍ବୋତ୍ତମ କାର୍ଯ୍ୟ ଆମେ କରିପାରୁ, ତାହା ହେଉଛି ସେସବୁର ନକଲ କରିବା।


ପସନ୍ଦସମୂହ:

1 - ସାଇନ୍ସ ନ୍ୟୁଜ୍ ମ୍ୟାଗାଜିନ୍  Science News Magazine, ଏପ୍ରିଲ୍ 5, 2008
2 - ଏସ୍.କେ ‘ତୀବ୍ର ବାଷ୍ପୀକରଣ’  (S.k. ’Flash Evaporation’), http://en.wikipedia.org/wiki/Flash_evaporation
 

"ବର୍ଷଣକାରୀ ଭଅଁରପୋକ: ବିଜ୍ଞାନ କପିସମୂହ ସିଞ୍ଚକ ରେଖାଚିତ୍ର"
<http://www.creationism.org/odia/bombardier_or.htm>

ମୂଖ୍ୟ:  ଓଡ଼ିଆ
www.creationism.org